Politics
धरना-प्रदर्शनों का नया कारोबार: लोकतंत्र की आड़ में आखिर किसके हित साधे जा रहे हैं?
October 10, 2026
1,612 views
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍। ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି। ଆଜି ଶଙ୍ଖ ଭବନରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୂର୍ବତନ IAS ଅଧିକାରୀ ତଥା ଏକଦା ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ବିଜେଡିର ମଙ୍ଗ ଧରିବା ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ହେଲେ ଆଜି ଦଳରେ ମିଶିବା ପରେ ସାଧାରଣ କର୍ମୀଙ୍କ ଭଳି କାମ କରିବେ ତଥା ରାଜ୍ୟବାସୀଙ୍କ ପାଇଁ କାମ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ।